ପତ୍ନୀଙ୍କ ଶରୀରକୁ ବ୍ଲେଡ୍‌ରେ କାଟି ଲହୁଲୁହାଣ କଲା ସ୍ୱାମୀ

0

ପାଟନା ୩୧/୦୮: ସରକାରୀ ହସ୍ପିଟାଲ ଡାକ୍ତରର ନାରକୀୟ କାଣ୍ଡ । ନିଜ ପତ୍ନୀଙ୍କ ଶରୀରକୁ ବ୍ଲେଡ୍‌ କାଟି ଲହୁଲୁହାଣ କରିପକାଇଲା।  ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ। ମନା କରିବାରୁ ସ୍ତ୍ରୀର ଛାତି ଏବଂ ହାତକୁ ବ୍ଲେଡ୍‌ରେ କାଟି ଗୁରୁତର କରିପକାଇଲା ଅଭିଯୁକ୍ତ। ଏଭଳି ଏକ ହୃଦୟ ବିଦାରକ ଘଟଣା ବିହାର ରାଜ୍ୟର ଗୟାରେ ଘଟିଛି। ଅଭିଯୁକ୍ତ ଗୟାର ସରକାରୀ ହସ୍ପିଟାଲରେ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ କରୁଛି।

ନ୍ୟୁଜ୍‌ ଏଜେନ୍ସି ଆଇଏଏନଏସ୍‌ରେ ପ୍ରକାଶିତ ଖବର ମୁତାବିକ, ସ୍ବାମୀର ବନ୍ଧୁମାନଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରିବାରୁ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି।       ପୀଡ଼ିତାଙ୍କ ଛାତି ଏବଂ ହାତ​‌ରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ନାଳନ୍ଦା ଜିଲ୍ଲା ସହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପୋଲିସ ନିକଟରେ ଅଭିଯୋଗ କରିଥିବା ମହିଳାଙ୍କର ବିବାହ ୨୦୦୬ରେ ସମ୍ପୃକ୍ତ ଡାକ୍ତର ସହ ହୋଇଥିଲା। ଉଭୟଙ୍କର ୧୩ ବର୍ଷର ଝିଅ ଏବଂ ୧୧ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛନ୍ତି ।

ପୂର୍ବରୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ବୋଲି ପୀଡ଼ିତା କହିଛନ୍ତି। ତେବେ ଗୟାରେ ଚାକିରୀ ପରଠୁ ତାଙ୍କ ସ୍ବାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା ଏବଂ ସେ ପ୍ରାୟ ସମୟରେ ଘରକୁ ନିଜର ବନ୍ଧୁମାନଙ୍କୁ ଡାକୁଥିଲା । ଏପରିକି ସେମାନଙ୍କ ସହ ବେଡ୍‌ ସେୟାର କରିବାକୁ ସ୍ବାମୀ ବାଧ୍ୟ କରୁଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ସ୍ବାମୀର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇବା ପରେ ପୀଡ଼ିତାଙ୍କ ଉପରେ ଜୁଲୁମ ବଢ଼ିଥିଲା।

ନିଜର ବନ୍ଧୁମାନଙ୍କ ସହ  ସ୍ତ୍ରୀର ଆପତ୍ତିଜନକ ଭିଡିଓ ସୁଟ୍‌ କରିବାକୁ ମଧ୍ୟ ଚାହୁଁଥିଲା ଅଭିଯୁକ୍ତ। ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲା। ଅନ୍ୟପଟେ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଛି ପୋଲିସ ।

Leave A Reply

Your email address will not be published.