ଫଟୋ ଉଠାଉଥିବା ସମୟରେ କରେଣ୍ଟ ଲାଗି ବରର ମୃତ୍ୟୁ

0

ନୂଆଦିଲ୍ଲୀ : ବିବାହ ଜୀବନରେ ଏକ ଖୁସିର ମୂହୁର୍ତ୍ତ ଆଣିଥାଏ । ସାତ ଜନ୍ମର ସାଥି ହେବା ପାଇଁ ପରସ୍ପର କଥା ଦେଇଥାନ୍ତି । ଖୁସିର ସ୍ମୁତିକୁ ସାଇତି ରଖିବା ପାଇଁ ବିବାହ ବେଳେ ଏବଂ ବିବାହ ପୂର୍ବରୁ ଫଟୋ ଉଠାଯାଇଥାଏ । ନିକଟରେ ଏକ ବିବାହ ଉତ୍ସବରେ ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଫଟୋ ଉଠାଉଥିବା ସମୟରେ କରେଣ୍ଟ ଲାଗି ବରର ମୃତ୍ୟୁ ଘଟିଛି । ଘଟଣା ପରେ ସେଠାରେ ଶୋକାକୂଳ ପରିସ୍ଥିତି ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଏହି ଘଟଣା ବ୍ରାଜିଲର ଏକ ସହରରେ ଘଟିଛି । ଡାନିସ୍‌ ରିକାର୍ଡୋ ଫାରିୟା ଗୁରଗେଲ ନାମକ ଜଣେ ଡାକ୍ତରଙ୍କ ବିବାହ ହେବାର ଥିଲା । ବିବାହର ମାତ୍ର ଗୋଟିଏ ଦିନ ପୂର୍ବରୁ ବର କନ୍ୟା ଫଟୋ ଉଠାଉଥିଲେ । ଉଭୟଙ୍କ ଫଟୋ ଉଠାଇବାକୁ ଆସିଥିବା ଫଟୋଗ୍ରାଫର ଏବଂ ତାଙ୍କ ଟିମ୍ ସେଠାରେ ଉପସ୍ଥିତ ଥିଲେ ।

ତେବେ ଫଟୋ ଉଠାଚାଲିଥିବା ବେଳେ ଯୁବକ ଜଣକ ନିକଟରେ ଥିବା ଏକ ରଡ୍‌କୁ ଧରିପକାଇଥିଲେ । ସେହି ଲୁହାର ରଡ୍‌ରେ ହାଇ ଭୋଲଟେଜ୍‌ କରେଣ୍ଟ ଥିଲା । ଯାହାକୁକି କେହି ଜାଣିପାରିନଥିଲେ । ଫଳରେ ତାଙ୍କୁ ଜୋର​‌ରେ କରେଣ୍ଟ ଲାଗିଥିଲା । ସେଠାରେ ଉପସ୍ଥିତ ସମ୍ପର୍କୀୟମାନେ ହଠାତ କିଛି ବୁଝିପାରିନଥିଲେ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବକ ।

ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ମାତ୍ର କେଇ ସେକେଣ୍ଡ ମଧ୍ୟରେ ସବୁକିଛି ​‌ଶେଷ ହୋଇଗଲା । ବିବାହ ପାଇଁ ଖୁସିରେ ବିଭୋର ହୋଇଯାଇଥିବା ପରିବାର ଉପରେ ଯେମିତି ବଜ୍ର ପଡିଗଲା । ସୂଚନା ମୁତାବକ ଘର ନିକଟ ଦେଇ ଯାଇଥିବା ହାଇଲେଭଲ୍‌ ବିଦ୍ୟୁତ ତାରର କିଛି ଅଂଶ ବାହାରକୁ ବାହାରିଥିଲା । ଯାହାକି ନିକଟରେ ଥିବା ଏକ ରଡ୍‌କୁ ଲାଗିଥିଲା । ଫଟୋ ଉଠାଉଥିବା ବେଳେ ଡାନିସ୍‌ ସେହି ରଡ୍‌କୁ ଧରିପକାଇଥିଲେ । ଯାହାଫଳରେ ତାଙ୍କୁ ଝଟ୍‌କା ଲାଗିଥିଲା । ଉତ୍ସବ ପାଇଁ ଖୁସି ମନାଇବା ବଦଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.