ଫୁଟବଲ୍‌ ଖେଳି​‌ଲେ ମମତା

0

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ‘ଖେଲା ହୋବେ’ ନାରା ସହ ବିଶାଳ ବିଜୟ ଲାଭ କରିଥିଲା ଟିଏମି। ନିଜ ସିଟ୍‌ରୁ ହାରିବା ସତ୍ବେ ପୁଣି ଥରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀ ‘ଖେଲା ହୋବେ’ ନାରାକୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇଲେଣି । ଏହାକୁ ଆହୁରି ଜୀବନ୍ତ କରିବାକୁ ଚାହୁଁଛନ୍ତି ମମତା ।

ମମତା ବାନାର୍ଜୀ ସୋମବାର କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ‘ଖେଲା ହୋବେ’ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି । ଏହି ଅବସରରେ ଖୋଦ ମୁଖ୍ୟମନ୍ତ୍ରୀ ଫୁଟବଲ୍‌ ଖେଳୁଥିବା ଦେଖିବାକୁ ମିଳିଛି । ମଞ୍ଚ ଉପରୁ ଅନେକ ଫୁଟବଲ ଜନତାଙ୍କ ଉପରକୁ ଫିଙ୍ଗିଛନ୍ତି ଦିଦି । ଏହି ସମୟରେ ମମତା କହିଛନ୍ତି, ‘ ଆପଣ ବିଶ୍ବାସ କରନ୍ତୁ କି ନାହିଁ ‘ଖେଲା ହୋବେ’ ବହୁ ଲୋକପ୍ରିୟ ହୋଇସାରିଛି। ଏହି ନାରା ସଂସଦରେ ବି ଲାଗିଛି। ଖୁବଶୀଘ୍ର ଏହା ଦେଶରେ ଲୋକପ୍ରିୟତା ହାସଲ କରିବ।’  ନିକଟରେ ଦିଲ୍ଲୀ ଗସ୍ତରେ ମମତା ସଙ୍ଗୀତକାର ଜାଭେଦ ଅଖତରଙ୍କୁ ସାକ୍ଷାତ କରି ‘ଖେଲା ହୋବେ’ ନାରା ଉପରେ ଗୀତ ତିଆରି କରିବାକୁ ଅନୁରୋଧ କରିଥିଲେ ।  

Leave A Reply

Your email address will not be published.