ବାରିପଦା : ପିଲା ଚୋରି ଓ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଞ୍ଚଳରୁ ।
ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ ଝାରପୋଖରିଆ ଥାନା ଦାନାଦର ଗ୍ରାମର ପ୍ରଦୀପ ଦିଗାରଙ୍କ ପତ୍ନୀ ମାଳତୀ ଦିଗାରଙ୍କ ଏକ ମାସର ଶିଶୁ ପୁତ୍ରଙ୍କୁ ସାରସକଣାର ତପନ ଦଣ୍ଡପାଟ ନାମକ ଜଣେ ବ୍ୟକ୍ତି ମା’ କୋଳରୁ ଛୁଆକୁ ଜୋରକରି ଛଡାଇ ନେଇଯାଇଥିଲେ । ସାରସକଣା ଅଞ୍ଚଳର ପ୍ରହ୍ଲାଦ ପ୍ରତିହାରୀ ଓ ତାଙ୍କ ପତ୍ନୀ ଲିଜା ପ୍ରତିହାରୀଙ୍କୁ କିଛି ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ମାଳତୀ ଦିଗାର । ଏନେଇ ଝାରପୋଖରିଆ ଥାନାରେ କେଶ ନଂ ୧୮୩/୨୦୨୧ରେ ମାମଲା ରୁଜୁ କରି ୩ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି ।