ପୋଖରୀରେ ବୁଡି ୨ ଶିଶୁ ମୃତ

0

ମୟୂରଭଞ୍ଜ, : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଖଡ଼ିଆ ନୁଆସାହିରେ ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ୬୩ ବର୍ଷୀୟ ପଞ୍ଚୁ ଦେହୁରୀ ଏବଂ ୨୬ ବର୍ଷୀୟ ଲଖିଆ ଦେହୁରୀ ।

ପୋଖରୀରେ ଗାଧୋଉ ଥିବା ବେଳେ ଉଭୟ ବୁଡ଼ି ଯାଇଥିଲେ । ଉଭୟଙ୍କୁ ଦୀର୍ଘ ସମୟ ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ପାଇନଥିଲେ । ଶେଷରେ ୫ ଘଣ୍ଟା ପରେ ଉଭୟ ପୋଖରୀରେ ବୁଡ଼ିଥିବା ଜାଣି ପାରି ସ୍ଥାନୀୟ ଲୋକେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.