ପୋଖରୀରେ ବୁଡ଼ି ବୃଦ୍ଧ ମୃତ

0

ପାଟଣା, : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଶନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରବାର ଅପରାହ୍ନରେ ଜଣେ ୭୦ ବର୍ଷୀୟ ବୃଦ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ହେଲେ ପଦର ମୁଣ୍ଡା(୭୦) ।

 

ପଦର ଘର ନିକଟରେ ଥିବା ପୋଖରୀରେ ଗାଧୋଇବା ବେଳେ ପାଦ ଖସିଯିବାରୁ ବୁଡି ଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ଉଦ୍ଧାର କରି ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ୨୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.