ପୋଖରୀରେ ବୁଡି ଦୁଇ ଶିଶୁ ମୃତ

0

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଉଲେଇକୁଣ୍ଡି ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଦୁଇ ଶିଶୁ ମୃତ । ନିଜ ଘର  ପଛ ପୋଖରୀରେ ପଡି ଅନାମ ମୁଣ୍ଡାଙ୍କ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁମାନେ ହେଲେ ଅନାମ ମୁଣ୍ଡାଙ୍କ ଅଢେଇ ବର୍ଷର ପୁଅ ଓ ଦେଢ ବର୍ଷର ଝିଅ । ଦୁହିଁଙ୍କୁ ଉଦ୍ଧାର କରି ଶୁକୃଳି ମେଡ଼ିକାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧାନ ଚାଷ ପାଇଁ ବିଲକୁ  କାମ କରିବାକୁ  ପରିବାର ଲୋକମାନେ ଯାଇଥିବା ବେଳେ ଦୁଇ ଭାଇଭଉଣୀ ଖେଳୁଖେଳୁ ପୋଖରୀରେ ପଡିଯାଇଥିଲେ । ତେବେ ଏମିତି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।

Leave A Reply

Your email address will not be published.