ତେଲକୋଇ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଜନସନପୁର ଗାଁର ଗୋପି ଜୁଆଙ୍ଗ । ଆଜି ଦ୍ବିପ୍ରହରରେ ଗୋପି ଘର ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ସେ ପୋଖରୀର ଗଭୀର ଜଳ ଭିତରକୁ ପଶି ଯାଇଥିଲେ । ପାଣିରେ ପହଁରୁ ଥିବା ବେଳେ ହଠାତ ବୁଡିଯାଇଥିଲେ ବୋଲି ଦେଖଣାହାରୀ କହିଛନ୍ତି ।
ପୋଖରୀରେ ଗାଧୋଉଥିବା ଛୋଟ ପିଲା ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ପୋଖରୀ ର ଗଭୀରତା ୧୦ ଫୁଟରୁ ଅଧିକ ଥିବାରୁ ସେମାନେ ତାଙ୍କୁ ଉଦ୍ଧାର କରିପାରିନଥିଲେ ।
ଗାଁ ଲୋକେ ପହଞ୍ଚିଲା ବେଳକୁ ଗୋପିଙ୍କ ମୃତ୍ୟୁ ହୋଇସାରିଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ବ୍ୟବଛେଦ ପାଇଁ ଶବକୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।