ପୋଲ ନିକଟରେ ପଡିଛି ଅଜଣା ମୃତଦେହ

0

ଢେଙ୍କାନାଳ : ପୋଲ ନିକଟରେ ପଡିଛି ଅଜଣା ମୃତଦେହ । ଢେଙ୍କାନାଳ ଶକ୍ତିସୁଗାର ନିକଟରେ ଥିବା ପୋଲି ଠାରୁ ୫୦ ମିଟର ଦୂରରେ ପଡିଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ସୋମବାର ଦିନ ପୋଲ ଠାରୁ ୫୦ ମିଟର ଦୂରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିଲା । ଯାହାକୁ ଦେଖିବା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଜବତ କରିଛି । ଅନେକ ଦିନରୁ ମୃତଦେହଟି ପଡିଥିବା ଅନୁମାନ କରାଯାଉଛି । ଯାହାଫଳରେ ଶବରୁ ଦୁର୍ଗନ୍ଧ ବାହାରୁଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ସଦର ଥାନା ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ତଦନ୍ତରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.