ପୋଲିସ୍ ଭୁଲିଗଲା ମାନବିକତା, ହେଲମେଟ୍ ପିନ୍ଧି ନଥିବାରୁ ୩ କିମି …..

0

ଉଦଳା : ଖାକି ପାୱାର ଦେଖାଇବା ପଡିଲା ମହଙ୍ଗା । ହେଲମେଟ ଚେକିଂ ଆଳରେ ଗର୍ଭବତୀଙ୍କୁ ୩ କିଲୋମିଟର ଚଳାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଶରତ ଥାନା ଅଧିକାରିଣୀ ରୀନା ବକ୍ସଲା । ଘଟଣାରେ ଶତର ଥାନା ଓଆଇସିଙ୍କୁ ନିଲମ୍ବିତ କଲେ ମୟୁରଭଞ୍ଜ ଏସ୍‌ପି ।

ଖବର ଅନୁଯାୟୀ, ବିକ୍ରମ ବିରୁଲି ନିଜ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କର ଚେକଅପ ନିମନ୍ତେ ଉଦଳା ଆସୁଥିବା ବେଳେ ହେଲମେଟ ଚେକିଂ ଆଳରେ ତାଙ୍କୁ ଅଟକାଇଥିଲେ ଶରତ ଥାନା ଓଆଇସି ରୀନା ବକ୍ସଲା । ବିକ୍ରମଙ୍କ  ସ୍ତ୍ରୀ ହେଲମେଟ ପିନ୍ଧି ନଥିବା କହି ତାଙ୍କର ଚାଲାଣ କାଟିଥିଲେ । ଏହାପରେ ବିକ୍ରମକୁ ଥାନା ଗାଡିରେ ବସାଇ ଥାନାକୁ ନେଇ ଯାଇଥିବା ବେଳେ ତାଙ୍କ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଯାଇଥିଲେ । ଯାହାଫଳରେ ଗର୍ଭବତୀ ବିକ୍ରମଙ୍କ ସ୍ତ୍ରୀ ୩ କିଲୋମିଟର ଚାଲି ଚାଲି ଥାନାକୁ ଯାଇଥିଲେ । ଏହି ଘଟଣାରେ ବିକ୍ରମ ଏସଡିପିଓଙ୍କୁ ଅଭିଯୋଗ କରିଥିଲେ । ଏହାପରେ ମୟୂରଭଞ୍ଜ ଏସପି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛି ।

ପୋଲିସ୍ ଭୁଲିଗଲା ମାନବିକତା, ହେଲମେଟ୍ ପିନ୍ଧି ନଥିବାରୁ ୩ କିମି ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ

Leave A Reply

Your email address will not be published.