ପୋଲିସ ହେବା ପୂର୍ବରୁ ଖିନ୍‌ଭିନ୍ କରି ମାରିଦେଲେ

0

ପାଟନା  : ପଶ୍ଚିମ ଚମ୍ପାରଣ ଜିଲ୍ଲା ବଗହାରେ ବିହାର ପୋଲିସ ପରୀକ୍ଷା ଦେବାକୁ ଯାଇଥିବା ଜଣେ ଯାତ୍ରୀଙ୍କୁ ଅପହରଣ କରି ଅଟୋ ଚାଳକ ଦୁଷ୍କର୍ମ ପରେ ହତ୍ୟା କରିଛି। ଗୁରୁବାର ଦିନ ଛାତ୍ରୀଙ୍କ ମୃତଦେହ କେନାଲ କଡ଼ରୁ ଉଦ୍ଧାର ହୋଇଛି। ଛାତ୍ରୀଙ୍କ ମୁହଁରେ ଏସିଡ ପକାଇ ପରିଚୟ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମାମଲାର ଯାଞ୍ଚ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୪ ତାରିଖ, ରବିବାର ଦିନ ଚିଉଟାହା  ଥାନା ଅଞ୍ଚଳର ଜଣେ ଛାତ୍ରୀ ବିହାର ପୋଲିସ ପରୀକ୍ଷା ଦେବାକୁ ବେତିୟା ଯାଇଥିଲେ। ପରୀକ୍ଷା ଦେବାପରେ ଛାତ୍ରୀ ଅଟୋରେ ଘରକୁ ଫେରୁଥିଲେ। ଅଟୋ ଚାଳକ ଛାତ୍ରୀଙ୍କୁ ଅପହରଣ କରି ଏକ ଶୂନଶାନ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା କରିଦେଇଥିଲା। ଛାତ୍ରୀଙ୍କ ପରିଚୟ ନଷ୍ଟ କରିବାକୁ ତାଙ୍କ ମୁହଁରେ ଏସିଡ ପକାଇ ଦେଇଥିଲା। ୩ ଦିନ ପରେ ସେମରା ଥାନା ଅନ୍ତର୍ଗତ ପ୍ରତାପପୁର କେନାଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ହତ୍ୟାକାରୀ ଅଟୋ ଚାଳକକୁ ଫାଶୀ ଦେବାକୁ ଦାବି କରିଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇ ରାମନଗର ଏସଡିପିଓ ଓ ଏସପି କିରଣ କୁମାର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇ ସୁଝାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଏସପି କିରଣ କୁମାର କହିଛନ୍ତି, ଛାତ୍ରୀଙ୍କ ପରିଚୟ ମିଳିଛି। ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରାଯାଇଛି। ପୋଲିସ ମାମଲାର ତଦନ୍ତ କରୁଛି ଏବଂ ଆଗକୁ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛି।

Leave A Reply

Your email address will not be published.