ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ସୃଷ୍ଟି

0

ବେଜିଂ : ଚୀନରେ ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ପ୍ରଦେଶରେ ଏତେ ବର୍ଷା ହୋଇଛି .ଯେ ତାହାକୁ ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି ।

 

ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଅଧିକାଂଶ ମୃତ୍ୟୁ ହେନାନ ପ୍ରଦେଶରେ ହୋଇଛି । ହେନାନର ରାଜଧାନୀ ଝେଙ୍ଗଝୁରେ ୨୪ ଘଣ୍ଟାରେ ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ବନ୍ୟା ଯୋଗୁଁ ସମଗ୍ର ମହାନଗରଟି ଜଳମଗ୍ନ ଦେଖାଯାଉଛି । ବିଭିନ୍ନ ସର୍ବସାଧରଣ ସ୍ଥାନ, ଟନେଲ,ମେଟ୍ରୋ ରେଳ ଷ୍ଟେସନ, ସବଓ୍ବେ ଆଦିରେ ପାଣି ପଶିଯାଇଛି ।

Leave A Reply

Your email address will not be published.