ପ୍ରଧାନଶିକ୍ଷକଙ୍କୁ ଗାଡ଼ିରେ ଉଠାଇ ଆଣିଲେ ଦୁର୍ବୁତ୍ତ

0

ନୀଳଗିରି : ସ୍ଵାଧୀନତା ଦିବସରେ ଅଘଟଣ। ଜାତୀୟ ପତାକା ଉତ୍ତୋଳନ କରି ଘରକୁ ଫେରୁଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ଗାଡ଼ିରେ ଉଠାଇ ଆଣିଲେ ଦୁର୍ବୁତ୍ତ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁରରେ ଥାନା ଆରବନ୍ଧ ପଞ୍ଚାୟତରେ ଘଟିଛି ଏଭଳି ଘଟଣା ।

 

ଖବର ଅନୁଯାୟୀ, ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ପତାକାଉତ୍ତୋଲନ ସାରି ବରମପୁର ନିକଟ ଉପରଡିହା ଗାଁର ଘରକୁ ବାଇକରେ ଫେରୁଥିଲେ । ଠିକ୍‌ ଏହି ସମୟରେ ଜଙ୍ଗଲ ରାସ୍ତାରେ ୫ ରୁ ୭ ଜଣ ଦୁର୍ବୁତ୍ତ ଏକ ସ୍କର୍ପିଓ ଗାଡ଼ିରେ ଉଠାଇ ନେଇଥିବାର ସୂଚନା ମିଳିଛି। ଅପହରଣ ପରେ ଶିକ୍ଷକଙ୍କ ପରିବାର ଲୋକେ ବରମପୁର ଥାନା ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ତେବେ କିଏ ଓ କାହିଁକି ଅପହରଣ କରାଯାଇଛି ତାହା କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.