ପ୍ରେମ ବିବାହ ହେଲା କାଳ

0

ଜଳେଶ୍ବର : ପ୍ରେମ ବିବାହ ହେଲା କାଳ । ନୀଚ ଜାତି ହୋଇଥିବାରୁ ଶ୍ବଶୁର ଘରେ କେହି ପୁରାଇ ଦେଉ ନାହାନ୍ତି ବୋହୂକୁ । ଶେଷରେ ନ୍ୟାୟ ପାଇଁ ବୋହୂ ଜଣଙ୍କ ଶ୍ବଶୁର ଘର ପିଣ୍ଢାରେ ବସିଛନ୍ତି ଧାରଣାରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ।

ପଂଚୁପାଲି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମକରି ୮ ମାସ ତଳେ ମନ୍ଦିରରେ ବିବାହ କରିଥିଲେ ପୀଡିତା ମହିଳା । ସ୍ବାମୀ-ସ୍ତ୍ରୀ ଦୁହେଁ ବାଲେଶ୍ବରରେ ଏକ ଭଡା ଘରେ ରହୁଥିଲେ । ତେବେ ବୁଧବାର ମହିଳାଙ୍କର ସ୍ବାମୀ ଘରୁ ଟଙ୍କା ନେଇ ଯାଉଥିବା ବେଳେ ସ୍ତ୍ରୀ ପଚାରିବାରୁ ସେ ଘରକୁ ଯିବେ ବୋଲି କହିଥିଲେ । ସେ ତାଙ୍କ ପଛେପଛେ ବାଲିଆପାଳ ଥାନା ପଂଚୁପାଲି ଶ୍ବଶୁର ଘରେ ପହଞ୍ଚିଥିଲେ । ସେଠାରେ ତାଙ୍କ ସ୍ବାମୀଙ୍କୁ ନ ପାଇ ଘର ଭିତରକୁ ପ୍ରବେଶ କରୁଥିଲା ବେଳେ ତାଙ୍କୁ ତାଙ୍କ ଶାଶୁ, ଶ୍ବଶୁର, ଜାଆ ଅଟକାଇଥିଲେ । ନୀଚ ଜାତି ବୋଲି ଘରେ ପୁରାଇ ଦେଇ ନଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ ।

ସ୍ବାମୀକୁ ପାଇବା ପାଇଁ ଓ ନ୍ୟାୟ ପାଇଁ ବୁଧବାର ରାତିଠାରୁ ମହିଳା ଜଣଙ୍କ ଶ୍ବଶୁର ଘର ପିଣ୍ଡାରେ ଧାରଣାରେ ବସିଛନ୍ତି । ଏପଟେ ଘର ଲୋକ ଗେଟରେ ତାଲା ପକାଇ ଫେରାର ହୋଇ ଯାଇଛନ୍ତି ।

Leave A Reply

Your email address will not be published.