ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ, ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ

0

ଖୋର୍ଦ୍ଧା : ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ପ୍ରଥମେ ବାଙ୍କୀ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଛି ଏପରି ଘଟଣା ।

 

ଖବର ଅନୁଯାୟୀ, ତୁଳସୀପୁର ଗ୍ରାମର ଲଯ୍ମୀପ୍ରିୟା ନାୟକ (୩୦)ଙ୍କୁ ସେହି ଗ୍ରାମର ଦାଶରଥି ବେହେରା ଗତ ମାସରେ ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିଲା । କିନ୍ତୁ ସେ ଏବେ ଜେଲରୁ ଆସିବା ପରେ ପୁର୍ନବାର ପ୍ରେମ ନିବେଦନ କରିଥିଲା କିନ୍ତୁ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବକ ଜଣକ ଯୁବତୀ ର ଦୁଇଗୋଡକୁ ଭୂଜାଲିରେ ହାଣି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି । ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Leave A Reply

Your email address will not be published.