ପ୍ରେମ ପାଇଁ ଚାଲିଗଲା ସାନ ଭଉଣୀର ଜୀବନ, ଦୁଇ ଭଉଣୀଙ୍କୁ ଗୁଳିମାଡ ପରେ ସାନ ଭଉଣୀର ମୃତ୍ୟୁ…

0

ନୂଆଦିଲ୍ଲୀ: ଅନୈତିକ ପ୍ରେମ ସମ୍ପର୍କରେ ପ୍ରେମିକା ଏବଂ ତାଙ୍କ ଭଉଣୀକୁ ଅପହରଣ କରୁଥିବା ଯୁବକ ଜଣକ ପାରସ୍ପରିକ କଳହ ପରେ ଦୁଇ ଭଉଣୀଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣାରେ ସାନ ଭଉଣୀର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ କମଲପ୍ରିତ୍ କୌର । ମୃତକଙ୍କ ପିତା ହରମେଲ ସିଂଙ୍କ ବିବୃତ୍ତିରେ ପୋଲିସ ସେଲା ଖର୍ଦ୍ଦ ଗାଁର ସରପଞ୍ଚଙ୍କ ପୁଅ ଗୁରୁଭୀର ସିଂଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଖୋଜିବା ଆରମ୍ଭ କରିଛି ।

ପୋଲିସର ସୂଚନାନୁସାରେ, ବିବାହ ସତ୍ତ୍ବେ ଅମନପ୍ରୀତ କୌରଙ୍କ ସହ ଗୁରୁଭୀରଙ୍କର ପ୍ରେମ ସମ୍ପର୍କ ଥିଲା । ଗୁରୁବାର ସନ୍ଧ୍ୟାରେ ସେ ସେଲୁନରେ କାମ କରୁଥିବା ଅମନପ୍ରୀତ କୌରଙ୍କୁ ଆଲ୍ଟୋ କାରରେ ଅପହରଣ କରି ନେଇଥିଲେ । ଏହି ସମୟରେ ତାଙ୍କ ସାନ ଭଉଣୀ କମଲପ୍ରୀତ କୌର ମଧ୍ୟ ତାଙ୍କ ସହ କାରରେ ବସିଥିଲେ ।

ବାଟରେ, ନିହାଲ ସିଂ ୱାଲାର ମାନୁକ ଗାଁରେ ସେ କାରକୁ ଅଟକାଇ କମଲପ୍ରୀତ କୌରଙ୍କୁ ଓହ୍ଲାଇ ଯିବାକୁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲେ ।ହେଲେ ସେ ଅମନପ୍ରୀତ କୌରଙ୍କ କାରରେ ରହିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁହେଁ କାରରୁ ବାହାରକୁ ଆସିବା ପରେ ରାଗି ଯାଇଥିଲେ । ଗୁରୁଭୀର ସିଂ ଉଭୟ ଭଉଣୀଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ ।

ସେଠାରେ ଯାଉଥିବା ଲୋକମାନେ ଆହତ ଯୁବତୀଙ୍କୁ ନିହାଲ ସିଂ ୱାଲାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ଯେଉଁଠାରୁ ସେମାନଙ୍କୁ ଫରିଦକୋଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା । ମେଡିକାଲ କଲେଜରେ କମଲପ୍ରୀତ କୌରଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବଡ଼ ଭଉଣୀ ଅମନପ୍ରୀତ କୌରଙ୍କ ଅବସ୍ଥା ଗୁରୁତର ରହିଛି ।

ଏହି ଘଟଣା ଖବର ପାଇବା ମାତ୍ରେ ନିହାଲ ସିଂ ୱାଲା ପୋଲିସ ଷ୍ଟେସନର SHO ଗୁରୁପ୍ରୀତ ସିଂ ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତ ଗୁରୁଭୀର ସିଂଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.