ଧାନବାଦ : ଝାରଖଣ୍ଡ ଧାନବାଦରୁ ଏକ ଚାଞ୍ଚଲ୍ୟକର ମାମଲା ଆସିଛି। ଟୁଣ୍ଡି ଥାନା ଅଞ୍ଚଳର ଏକ ମଇଦାନରେ ନିଜ ପ୍ରେମିକ ସହ ଯାଉଥିବା ଜଣେ ଆଦିବାସୀ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ପାଣ୍ଡେ ପରବ ଗାଁର ଯୁବତୀ ବୁଧବାର ଦିନ ଟୁଣ୍ଡି ଥାନା ଥାନାରେ ୭ ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି। ଘଟଣା ଅଗଷ୍ଟ ୧୯ ତାରିଖ ରାତି ୮ଟା ସମୟର। ଯୁବତୀ ଆବେଦନରେ ଲେଖିଛନ୍ତି ଯେ ଘଟଣା ପରେ ତାଙ୍କ ଶାରୀରିକ ସ୍ଥିତି ଗୁରୁତର ଥିଲା ସେଥିପାଇଁ ମାମଲା ରୁଜ୍ଜୁ କରିବାରେ ବିଳମ୍ବ ହୋଇଥିଲା।
ପୋଲିସ ଯୁବତୀଙ୍କ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ୭ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛନ୍ତି। ଯୁବତୀ ପୋଲିସକୁ କହିଛନ୍ତି ଯେ ଘଟଣା ଦିନ ସେ ନିଜ ପ୍ରେମିକକୁ ଦେଖା କରିବାକୁ ଦକ୍ଷିଣ ଟୁଣ୍ଡି ଯାଇଥିଲେ। ସନ୍ଧ୍ୟା ସମୟରେ ଏକ ପଡିଆରେ ବସି ପ୍ରେମୀ ଯୁଗଳ କଥାବାର୍ତ୍ତା କରୁଥିଲେ। ଠିକ ସେତେବେଳେ ଏହି ଯୁବକ ଗୋଷ୍ଠୀ ଫୁଟବଲ ଖେଳି ଫେରୁଥିଲେ। ଯୁବକ ଯୁବତୀଙ୍କୁ ଦେଖି ଅଭିଯୁକ୍ତଙ୍କ ମନରେ ଖରାପ ଉଦ୍ଦେଶ୍ୟ ଜାଗ୍ରତ ହେଲା। ସମସ୍ତେ ମିଶି ପ୍ରଥମେ ଦୁହିଁଙ୍କୁ ପିଟିଥିଲେ। ତାପରେ ଯୁବକକୁ ବନ୍ଧକ ରଖି ଜୋର ଜବରଦସ୍ତ ଯୁବତୀଙ୍କୁ ବୁଦା ମୂଳକୁ ନେଇଯାଇଥିଲେ। ତାପରେ ଜଣକ ପରେ ଜଣେ ୭ ଜନ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଦୁହେଁ ବହୁତ ନେହୁରା ହୋଇଥିଲେ କିନ୍ତୁ କେହି ଶୁଣିନଥିଲେ। ଅଭିଯୁକ୍ତଙ୍କ ବର୍ବରତା ପରେ ଯୁବତୀ ବେହୋସ ହୋଇଯାଇଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ସେଠାରୁ ଚାଲି ଯାଇଥିଲେ। ହୋସ ଆସିବା ପରେ ପ୍ରେମିକ ନିଜ ପ୍ରେମିକାଙ୍କୁ ଘରେ ପହଞ୍ଚାଇଥିଲେ।