ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼

0

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କହ୍ଲେଇପୁର ଗାଁର ରଞ୍ଜିତ ପଟ୍ଟନାୟକଙ୍କ ଘର ଉପରୁ ଗୁଳିମାଡ ହୋଇଛି । ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଘଟଣାରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ବୁଧବାର ରାତିରେ ୪ରୁ ଅଧିକ ଦୁର୍ବୃତ୍ତମାନେ ଘର ପାଚେରୀ ଡେଇଁ ରଞ୍ଜିତଙ୍କ କବାଟ ବାଡେଇଥିଲେ । ରଞ୍ଜିତ ଭୟରେ କବାଟ ଖୋଲିନଥିଲେ । ଯାହାଫଳରେ ଦୁର୍ବୁତ୍ତ ମାନେ ଘର କବାଟକୁ ୩ ରାଉଣ୍ଡ ଗୁଳିଚଳାଇଥିଲେ । ଘଟଣା ସ୍ଥଳରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଷାନ, ଖଲ୍ଲିକୋଟ ପୋଲିସ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ଘଟଣାସ୍ଥଳରୁ ପୋଲିସ ଗୁଳିର ୩ଟି ଖୋକା ଜବତ କରିଛି । ରଞ୍ଜିତଙ୍କ ଘର ଉପରକୁ ୩ରାଉଣ୍ଡ ଗୁଳି ଫୁଟିଥିବା ଜଣାପଡ଼ିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା  ବେଳେ ରଞ୍ଜିତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ପୋଲିସ ମଧ୍ୟ ମାମଲାରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Leave A Reply

Your email address will not be published.