କଟକ, : ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା । କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛୱ୍ତି ।
ସୂଚନା ଅନୁସାରେ, କନ୍ଦରପୁର କଲେଜରୁ ଅବସର ଗ୍ରହଣ କରିବା ପରେ ଅଧ୍ୟକ୍ଷ ସିଦ୍ଧେଶ୍ବରପୁରରେ ରହୁଥିଲେ। ରବିବାର ସଂଧ୍ୟାରେ ସେ ବଜାରକୁ ଯାଇଥିବା ବେଳେ ଦୁର୍ବତ୍ତ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲା । ଗୁତୁରର ଅବସ୍ଥାରେ ତାଙ୍କୁ ଏସସିବିକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ହାଣିବା ପରେ ଫେରାର ଥିବା ଦୁର୍ବୃତ୍ତ ଏକ ଗଛରେ ଲୁଚିଥିଲା । ତେବେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ସୁଧ ଟଙ୍କା ଦେଣନେଣକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।.