ପୃଥିବୀ ଆଡକୁ ମାଡି ଆସୁଛି ଏକ ବିରାଟ ଉଲ୍‌କା ପିଣ୍ଡ

0

ନୂଆଦିଲ୍ଲୀ : ନ୍ୟୁୟର୍କର ଏମ୍ପାୟାର୍ ଷ୍ଟେଟ୍ ବିଲ୍‌ଡିଂ ଠାରୁ ବହୁଗୁଣ ବଡ ଆକାର ବିଶିଷ୍ଟ ଏକ ଉଲ୍‌କା ପିଣ୍ଡ ପୃଥିବୀର ଅତି ନିକଟରେ ଗତି କରିବ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହି ସୂଚନା ଦେଇଛି । ନାସା ଅନୁଯାୟୀ, ଏହା ଆଜି ପୃଥିବୀର ଅତି ନିକଟ ଦେଇ ଗତି କରିବ। ସୂଚନା ଅନୁଯାୟୀ, ଶନିବାର ଦିନ, ଏହି ଉଲ୍‌କା ପିଣ୍ଡ ଭାରତୀୟ ସମୟ ରାତି ୮:୪୦ ରେ ପୃଥିବୀର ନିକଟରେ ପହଞ୍ଚିବ । ଜ୍ୟୋତିର୍ବିଜ୍ଞାନୀମାନେ ଏହି ପିଣ୍ଡକୁ ୮ ଇଞ୍ଚ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅତି ସହଜରେ ଦେଖିପାରିବେ । ଏହା ଘଣ୍ଟା ପ୍ରତି ୮.୨ କିଲୋମିଟର ବେଗରେ ପୃଥିବୀ ଆଡକୁ ଆସୁଛି । ନାସା କହିଛି ଯେ ଏହି ପିଣ୍ଡ ପରବର୍ତ୍ତୀ ସମୟରେ ଫେବୃଆରୀ ୨୨, ୨୦୬୩ ରେ ପୃଥିବୀ ନିକଟରେ ଗତି କରିବ।

ନାସା ଅନୁଯାୟୀ, ଏହି ପିଣ୍ଡର ଚଉଡା ୯୭ ମିଟର ଏବଂ ଲମ୍ବ ୨୩୦ ମିଟର । ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଏହା ପୃଥିବୀଠାରୁ ପ୍ରାୟ ୨୯ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଯେତେବେଳେ ଏହାର ଦୂରତା ପୃଥିବୀ ଏବଂ ସୂର୍ଯ୍ୟର ଦୂରତାରୁ ୧.୩ ଗୁଣରୁ କମ୍ ହେବ, ସେତେବେଳେ ଏହା ପୃଥିବୀ ସହିତ ଧକ୍କା ହେବ, ତେଣୁ ଏହି କ୍ଷୁଦ୍ରଗ୍ରହକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଆଦୌ ପୃଥିବୀ ସହ ଧକ୍କା ହେବ ନାହିଁ ।

Leave A Reply

Your email address will not be published.