ପୁଣି କମିଲା ସୁନା-ରୂପା ଦାମ

0

ନୂଆଦିଲ୍ଲୀ : ଦୁଇ ଦିନ ବଢ଼ିବା ପରେ ୧୮ ଅଗଷ୍ଟ (ବୁଧବାର)ରେ ସୁନା ଦାମ କମିଛି। ଭାରତୀୟ ସରଫା ବଜାରରେ ସୁନା ଦର ଖସିଛି। ୧୦ ଗ୍ରାମ ସୁନାର ମୂଲ୍ୟ ୪୬ ହଜାର ଟଙ୍କାରେ ବନ୍ଦ ହୋଇଛି । ରୂପା ଦାମ ମଧ୍ୟ କମିଥିବା ଜଣାପଡ଼ିଛି । ରୂପା କିଲୋପ୍ରତି ୬୨ ହଜାର ଟଙ୍କା ଉପରେ ରହିଛି । ଗତ ବ୍ୟବସାୟ ଦିନରେ ଦିଲ୍ଲୀ ସରଫା ବଜାରରେ ୧୦ ଗ୍ରାମ ସୂନାର ମୂଲ୍ୟ ୪୬,୪୮୦ ଟଙ୍କା ଥିଲା। ଏହା ସହ ରୂପା ୬୨,୪୧୭ ଟଙ୍କା ପ୍ରତି କି.ଗ୍ରା. ଥିଲା। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଟରନ୍ୟାସନାଲ୍‌ ମାର୍କେଟରେ ସୁନା ଦାମ ବଢ଼ିଥିବା ବେଳେ ରୂପା ଦାମରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ।

ସୁନାର ଦାମ କେତେ ?
ଦିଲ୍ଳୀ ସରଫା ବଜାରରେ ବୁଧବାର ସୁନା ମୂଲ୍ୟ ୧୦ ଗ୍ରାମ ଉପରେ ୧୫୨ ଟଙ୍କା କମିଛି।  ତା ସତ୍ବେ ସୁନା ୪୬ ହଜାର ଟଙ୍କା ଉପରେ କାରବାର ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ଦର ୪୬,୩୨୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ବନ୍ଦ ହୋଇଛି। ଭାରତୀୟ ସରଫା ବଜାର ତୁଳନାରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବୃଦ୍ଧି ପାଇବା ସହ ୧୭୮୭ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଯାଇଛି।

ରୂପାର ନୂଆ ଦାମ
ବୁଧବାର ରୂପା ଦାମ ମଧ୍ୟ କମିଛି । ଦିଲ୍ଲୀ ସରଫା ବଜାରରେ ଆଜି  ସିଲଭର ପ୍ରାଇସ୍‌ରେ ୨୮୬ ଟଙ୍କା କମିଛି । ଏହା ସହ କିଲୋ ପ୍ରତି ରୂପାର ମୂଲ୍ୟ ୬୨,୪୧୭ ଟଙ୍କାରେ ପହଞ୍ଚିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ରୂପା ଦାମରେ ସେତେଟା ପରିବର୍ତ୍ତନ ହୋଇନଥିବା ବେଳେ ୨୩.୭୪ ଡଲାର ପ୍ରତି ଆଉନ୍ସରେ କାରବାର ବନ୍ଦ ହୋଇଛି ।

Leave A Reply

Your email address will not be published.