ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷର ନାବାଳକଙ୍କୁ ହତ୍ୟା

0

ମାଲକାନଗିରି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା ଏମଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ୫ ବର୍ଷର ନାବାଳକଙ୍କୁ ହତ୍ୟା କରିବା ପରେ ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରୀ ।

ସୂଚନାଯୋଗ୍ୟ ଯେ, ଏମଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଶୁକ୍ରବାରଠାରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଆଜି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସମୟରେ ହତ୍ୟାକାରୀ ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି ।  ନାବାଳକଙ୍କୁ ହତ୍ୟା କରି ବିକାଶ ରାୟ ମୃତଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲେ । ତେବେ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି ।

Leave A Reply

Your email address will not be published.