ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ : ଦିଲ୍ଲୀରେ ନାବାଳିକା ସହ ଦୁଷ୍କର୍ମ ଓ ହତ୍ୟା ମାମଲା ସଂପର୍କିତ ଏକ ଫଟୋ ପୋଷ୍ଟ କରି  ବିବାଦ ଘେରରେ ରହିଥିବା ରାହୁଲ ଗାନ୍ଧୀଙ୍କ ମୁସ୍କିଲ ବଢିବାରେ ଲାଗିଛି। ଏହି ସମ୍ଵେଦନଶୀଳ ଘଟଣାରେ ପୂର୍ବରୁ ରାହୁଲଙ୍କ ଟ୍ଵିଟର ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଏବେ ଫେସବୁକ ମଧ୍ୟ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଜାତୀୟ ଶିଶୁ ସୁରକ୍ଷା ଆୟୋଗ(ଏନସିପିସିଆର) ଶୁକ୍ରବାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଚିଠି ଲେଖି ରାହୁଲଙ୍କ ପ୍ରୋଫାଇଲ୍ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହା ପୂର୍ବରୁ ମଧ୍ୟ ଏନସିପିସିଆର ଟ୍ଵିଟରକୁ ଚିଠି ଲେଖିଥିଲା। ଏହା ପରେ କମ୍ପାନୀ ଦୃଢ ପଦକ୍ଷେପ ନେଇ ଗାନ୍ଧୀଙ୍କ ସମେତ କଂଗ୍ରେସ ପାର୍ଟିର ଅନେକ ନେତାଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଥିଲା।

ଶୁକ୍ରବାର ଫେସବୁକକୁ ଲେଖିଥିବା ପତ୍ରରେ ଆୟୋଗ ରାହୁଲ ଗାନ୍ଧୀଙ୍କ ଇନଷ୍ଟ୍ରାଗ୍ରାମରେ ସେୟାର ଭିଡିଓକୁ ହଟାଇବା ପାଇଁ ଦାବି କରିଛି। କୁହାଯାଇଛି ଯେ ଏହି ଭିଡିଓରେ ଦିଲ୍ଲୀରେ କଥିତ ଦୁଷ୍କର୍ମ ଓ ହତ୍ୟାର ଶୀକାର ନାବାଳିକା ଝିଅର ପରିବାରର ପରିଚୟ ଉଜାଗର ହୋଇଛି। ଏଥିସହ ଆୟୋଗ ଜେଜେ ଅଧିନିୟମର ଉଲ୍ଲଂଘନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛି। ଟ୍ଵିଟର ଦିଲ୍ଲୀ ମାମଲାରେ ଜଡିତ ଏକ ଫଟୋ ପୋଷ୍ଟ କରିବା ନେଇ କଂଗ୍ରେସର ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନେଇଥିଲା।

ନିକଟରେ ଏନସିପିସିଆର ଟ୍ଵିଟରକୁ ଚିଠି ଲେଖି କହିଥିଲା ଯେ, ଚିଠିରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ଦଳିତ ନାବାଳିକା ଝିଅର ପରିବାରର ଫଟୋ ଟ୍ଵିଟରରେ ପୋଷ୍ଟ ହୋଇଥିଲା ବୋଲି କୁହାଯାଇଥିଲା।  ଏଥିପାଇଁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏନସିପିସିଆର ଦାବି କରିଥିଲା। ଗାନ୍ଧୀ ୯ ବର୍ଷୀୟ ଏହି ଝିଅର ପରିବାର ଲୋକଙ୍କକୁ ବୁଧବାର ଭେଟିଥିଲେ। ପୀଡିତ ପରିବାରକୁ ନ୍ୟାୟ ନମିଳିବା ନ ପର୍ଯ୍ୟନ୍ତ ସେ ଏକ ଇଞ୍ଚ ପଛକୁ ହଟିବେ ନାହିଁ ବୋଲି ରାହୁଲ  କହିଥିଲେ।

Leave A Reply

Your email address will not be published.