ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

0

କଟକ : କଟକ ରେଲୱେ ଷ୍ଟେସନ ନିକଟରୁ ମିଳିଥିବା ମୃତଦେହର ଏବେବି ପରିଚୟ ମିଳିପାରୁନି । ରେଲୱେ ଏସପି ଅଫିସ ନିକଟରେ ଯୁବକଙ୍କ ମୃତଦେହଟି ଠାବ ହୋଇଛି । ମୃତ ଶରୀରରେ ଅନେକ ଗଭୀର କ୍ଷତ ଚିହ୍ନ ରହିଛି । ତାଙ୍କ କପାଳରେ ମଧ୍ୟ କ୍ଷତ ଚିହ୍ନ ରହିଛି । ହତ୍ୟା କରି କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଅପମୃତ୍ୟୁ ମାମଲା ରୁଜୁ କରି ଜିଆରପି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.