ରାଜଧାନୀରେ ଆଜି ଚିହ୍ନଟ ହେଲେ ୧୭୧ କରୋନା ଆକ୍ରାନ୍ତ

0

ଭୁବନେଶ୍ଵର: ଦେଶ ସହିତ ଓଡିଶାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସହ ତାଳ ଦେଇ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଉ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୩୬୪କୁ ବୃଦଯଦି ଘଟିଛି। ଅନ୍ୟପଟେ ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର କର୍ତ୍ତୃପକ୍ଷ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି।

ବିଏମସି ଅନୁଯାୟୀ ମୋଟ୍ ୧୭୧ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ଅଛନ୍ତି। ଖଣ୍ଡଗିରିରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡେଲଟା ଛକରୁ ୧୧, ବିଜେବି ନଗରରୁ ୮, ପଟିଆରୁ ୬, ପୁରୁଣା ଭୁବନେଶ୍ଵରରୁ ୬, ଚନ୍ଦ୍ରଶେଖରପୁରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜିର ୧୭୧କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୩୬୪କୁ ବୃଦ୍ଧି ଘଟିଛି। ଏଥିରୁ ୩୨,୨୧୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂପ୍ରତି ଆକ୍ଟିଭ୍ କେସ ସଂଖ୍ୟା ୮୮୩ ରହିଛି।

Leave A Reply

Your email address will not be published.