ଭୁବନେଶ୍ଵର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ରବିବାର ରାତି ୧୧ଟାରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଡୁମଡୁମା ରଘୁନାଥନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ସେହି ଅଞ୍ଚଳର ବୋଲି ସୂଚନା ମିଳିଛି।
ସୂଚନାନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ବେଳେ ଡୁମଡୁମା ରଘୁନାଥନଗରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସନା ନାମକ ଜଣେ ଯୁବକ ଗତକାଲି ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ୍ତ ଛୁରୀ ଭୁସି ହତ୍ୟା କରିଛନ୍ତି। ସନା ରଘୁନାଥନଗରରେ ଚୋରା ମଦ ବିକ୍ରିର ବିରୋଧ କରୁଥିଲେ। ଏହି କାରଣରୁ ତାଙ୍କ ଉପରେ ଆକ୍ରୋଶ ରଖି ତାଙ୍କୁ କିଛି ଦୁର୍ବୁତ୍ତ ହତ୍ୟା କରିଥିବା ଖଣ୍ଡଗିରି ଥାନା ପୋଲିସକୁ ସୂଚନା ମିଳିଛି। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ମୃତଦେହକୁ ବ୍ୟବଛେଦ ପାଇଁ ଏମ୍ସକୁ ପଠା ଯାଇଛି ।