ରାଜଧାନୀରେ ଖୋଲିବ ସିନେମା ହଲ

0

ଭୁବନେଶ୍ୱର :ଅଗଷ୍ଟ ଗାଇଡ୍ ଲାଇନ ଅନୁଯାୟୀ ସୋମବାରଠୁ ରାଜଧାନୀରେ ଖୋଲିଛି ପାର୍କ । ସେହିପରି ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବା ପୂର୍ବରୁ ସାନିଟାଇଜ୍ କରାଯାଇଛି । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଇଯାଇଛ ଫୁଟ୍ କାଉଣ୍ଟ ମେସିନ୍ ।

ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ । ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ସେହିପରି ରାଜଧାନୀର ବଭିନ୍ନ ପାର୍କ ଗୁଡିକ ମଧ୍ୟ ଖୋଲିବା ପୂର୍ବରୁ ସଫେଇ କରାଯାଇଛି। ସେହିଭଳି ୫୦ ପ୍ରତିଶତ କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ ଏବଂ ହଲ୍ । ପାର୍ସଲ ନନେଇ ହୋଟେଲରେ ବସି ଏଥର ବିଭିନ୍ନ ଖାଦ୍ୟର ମଜା ନେଇପାରିବେ ରାଜଧାନୀବାସୀ । ଅଗଷ୍ଟ ୫ରୁ ହଲ୍ ଖୋଲିବା ପାଇଁ ଯୋଜନା ହୋଇଥିବାବେଳେ ଇଭନିଂ ଏବଂ ନାଇଟ୍ ସୋ ରହିବନାହିଁ ବୋଲି ଜଣାପଡିଛି ।

Leave A Reply

Your email address will not be published.