ଭୁବନେଶ୍ବର : ରାଜଧାନୀରୁ ମୃତଦେହ ଉଦ୍ଧାର । ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ଲୋକେ ପ୍ରାତଃ ଭ୍ରମଣରେ ବୁଲୁଥିବା ବେଳେ ବିଜୁ ପଟ୍ଟନାୟକ କଲେଜ ନିକଟରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । କଲେଜ ଛକ ନିକଟରେ ଏକ ଭଙ୍ଗା ଘରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପିସିଆର୍ ଭ୍ୟାନ୍କୁ ଖବର ଦିଆଯାଇଥିଲା । ଖବର ପାଇ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ ମୃତଦହେକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । କିନ୍ତୁ ଏହି ମୃତ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତ ଯୁବକ କେଉଁଠାରୁ ଆସିଲେ , ଏଠାରେ କେମିତି ମୃତ୍ୟୁ ହେଲା । ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ସେହି ରାସ୍ତାରେ ଭୋର ସମୟରେ କିଛି ଲୋକ ପ୍ରାତଃଭମ୍ରଣରେ ବାହାରିଥିବା ବେଳେ କୌଣସି ମୃତଦେହକୁ ଦେଖିନଥିଲେ । କିନ୍ତୁ ଏହାର କିଛି ସମୟ ପରେ ହଠାତ୍ ଏଠାକୁ ମୃତଦେହ କିପରି ଆସିଲା । ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।