ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରର ହାତୀ ଆତଙ୍କ । ଲୋମଲୋଇ ଗାଁରେ ୮ଟିକିଆ ହାତୀ ପଲ ଉପଦ୍ରବ ଚଳାଇଛନ୍ତି ।
ଏହି ହାତୀପଲରେ ୨ଟି ଛୁଆ ହାତୀ ଥିବା ସୂଚନା ମିଳିଛି। ତେବେ ହାତୀକୁ ନେଇ ସହରରେ ଭୟର ବତାବରଣ ଖେଳିଯାଇଛି । ବନବିଭାଗ ହାତୀଙ୍କ ଉପରେ ନଜର ରଖିବା ସହ ସହରରୁ ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ।