ରାଜ୍ୟ ସରକାରଙ୍କ ବଢିଲା ଟେନସନ୍, ଦେଶର ୨୨ ଜିଲ୍ଲାରେ କାରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି

0

ନୂଆଦିଲ୍ଲୀ : ପୁଣି ଉପର ମୁହାଁ ହେଲାଣି କୋଭିଡ୍ ଗ୍ରାଫ୍‌ । ଦେଶରେ ସଂକ୍ରମଣ ହାର ଆୟତକୁ ଆସିଥିଲେ ସୁଦ୍ଧା କିଛି ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ଆଡକୁ ଗତି କରୁଛି । ଦେଶର ୨୨ ଜିଲ୍ଲାରେ କାରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ସକ୍ରିୟ ମାମଲା ବୃଦ୍ଧି ପାଇବା ଫଳରେ ଉଭୟ କେନ୍ଦ୍ର ସରକାର ଏବଂ ସଂପୃକ୍ତ ରାଜ୍ୟର ସରକାରଙ୍କ ଚିନ୍ତା ବଢିଲାଣି । ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ପ୍ରେସ୍‌ କନଫରେନ୍ସରେ ଏ ନେଇ ସୂଚନା ଦେବା ସହିତ ପୁଣି ଥରେ ସତର୍କ ସୂଚନା ଜାରି କରିଛନ୍ତି । ୟ

 

ଏହା ପୂର୍ବରୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି । ଗୋଟିଏ ପଟେ ଦେଶରେ ସଂକ୍ରମଣ କମୁଛି ଅନ୍ୟପଟେ ନିର୍ଦ୍ଧିଷ୍ଟ କିଛି ସ୍ଥାନରେ ସ୍ଥିତି ଚିନ୍ତାଜନକ ରହିଛି । ଅର୍ଥାତ ଦେଶର ୨୨ ଜିଲ୍ଲା ଏବେ ରେଡ୍ ଜୋନରେ । କରୋନା ସଂକ୍ରମଣ ହାର ଏହି ୨୨ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଏହା ସହିତ ଆକ୍ଟିଭ୍ କେସ୍ ମଧ୍ୟ ବୃଦ୍ଧି ପାଉଛି ।

 

ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି, ଦେଶର ୫୪ ଜିଲ୍ଲାରେ ପଜିଟିଭ କେସ୍ ୧୦ ପ୍ରତିଶତ ଉପ​‌ରେ ରହିଛି । ସେପଟେ ବିଶ୍ବରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେଣୁ କୋଭିଡ ଲଢେଇରେ ଭାରତ ପଛରେ ପଡିବ ନାହିଁ । ଆହୁରି ସତର୍କ ହେବାକୁ ପଡିବ । କାରଣ ତୃତୀୟ ଲହର ଅଧିକ ପ୍ରଭାବୀ ହେବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି । ସେଥିପାର୍ଇ ସଂକ୍ରମଣ ବୃଦ୍ଧିପାଉଥିବା ଅଞ୍ଚଳଗୁଡିକୁ ଟ୍ରାକ୍‌ କରାଯାଉଛି । ଟେଷ୍ଟି ଏବଂ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି ।

 

ବର୍ତ୍ତମାନ ସୁଦ୍ଧା ଦେଶରେ ୪୪ କୋଟିରୁ ଉର୍ଦ୍ଧ୍ବ କୋଭିଡ୍ ଭ୍ୟାକସିନ ଦିଆସରିଲାଣି । ଦେଶରେ ଏବେ ସୁସ୍ଥ ହାର ୯୭.୪ ପ୍ରତିଶତ ରହିଛି । ତେଣୁ ଏ ସମସ୍ତ ତଥ୍ୟକୁ ଦେଖିଲେ ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନାହିଁ । ଗତ ସପ୍ତାହର ଡାଟା କହୁଛି ଯେ, ଭାରତର କିଛି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବାଞ୍ଚଳର ୭ ରୁ ୪ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି । ଅରୁଣାଚଳ ପ୍ରଦେଶରେ ପିକ୍‌କୁ ଆସିବା ସ୍ଥିତିରେ ରହିଛି କରୋନା ।

 

ଗତ ସପ୍ତାହରେ ପୂର୍ବାଞ୍ଚଳର ୭ ରାଜ୍ୟରେ ୨୪,୬୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହର ୨୧,୨୦୦ ସଂକ୍ରମିତଙ୍କ ଠାରୁ ଅଧିକ । ଯାହାକି ଚିନ୍ତାର ବିଷୟ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ଲଗାତାର ତୃତୀୟ ସପ୍ତାହ ପାଇଁ କିଛି ଜିଲ୍ଲା​‌ରେ ବଢିଛି ସଂକ୍ରମଣ ହାର । ଗତ ୩ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ଯଥାକ୍ରମେ ୧୭.୩%, ୧୫% ଏବଂ ୧୬.୨% ବୃଦ୍ଧି ରେକର୍ଡ କରାଯାଇଛି ।

Leave A Reply

Your email address will not be published.