ରାଜ୍ୟପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ, ୧୧ ମହିଳାଙ୍କୁ କରିଛନ୍ତି ଯୌନ ଶୋଷଣ

0

ଓ୍ୱାସିଂଟନ  : ବିବାଦ ଘେରରେ ଆମେରିକାର ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଏମୋ । ତାଙ୍କ କତୃତ୍ୱ ନେଇ ସବୁଠି ଚର୍ଚ୍ଚା । ଯାଞ୍ଚରୁ ଜଣାପଡିଛି ଯେ ସେ ୧୧ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ । କେବଳ ସେତିକି ନୁହେଁ ତାଙ୍କ ଇଚ୍ଛା ବିରୁଦ୍ଧରେ ଚୁମ୍ବନ, ଆଲିଙ୍ଗନ ଏବଂ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଉଥିଲେ । ଏପରିକି କୁଏମୋ ମହିଳାମାନଙ୍କୁ ଅନେକ ସ୍ଥାନକୁ ସ୍ପର୍ଶ କରୁଥିଲେ । ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ସରକାରଙ୍କ ପୂର୍ବତନ ତଥା ବର୍ତ୍ତମାନର କର୍ମଚାରୀ ଅଛନ୍ତି ।

ଘଟଣା ଜଣାପଡିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନ୍ୟୁୟର୍କର ରାଜ୍ୟପାଳଙ୍କୁ ଇସ୍ତଫା ଦେବା ନେଇ କହିଛନ୍ତି । ସେ କହିଛନ୍ତି ଯାହା ରାଜ୍ୟ ଆଟର୍ଣ୍ଣି ଜେନେରାଲଙ୍କ ରିପୋର୍ଟରୁ ଜଣାପଡିଛି ଯେ ଡେମୋକ୍ରାଟିକ୍ ଗଭର୍ଣ୍ଣର ୧୧ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ ଲେଟିସିଆ ଜେମ୍ସ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଏମୋଙ୍କ ବିରୋଧରେ ତାଙ୍କ ତଥ୍ୟ ଉପସ୍ଥାପନ କରିଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କ କହିବା ଅନୁଯାୟୀ, ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିୟମ ଭାଙ୍ଗିଛନ୍ତି । କେବଳ ଏତିକି ନୁହେଁ ଜଣେ ପୂର୍ବତନ ମହିଳା କର୍ମଚାରୀ ଅଫିସରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ କୁଏମୋ ଉକ୍ତ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପରିବେଶକୁ ନେଇ ଅନେକ ଅଭିଯୋଗ ମଧ୍ୟ ହୋଇଥିଲା । ଏଥି ସହିତ, ଅନୁସନ୍ଧାନକାରୀମାନେ ୨୦୧୩ ରୁ ୨୦୨୦ ମଧ୍ୟରେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ମୋଟ ୧୧ ମହିଳାଙ୍କ ଅଭିଯୋଗକୁ ଜାଣିବାକୁ ପାଇଥିଲେ । ଏହା ବ୍ୟତୀତ ୧୭୯ ଜଣଙ୍କୁ ପଚରାଉଚରା କରିବା ସହିତ ହଜାର ହଜାର ପ୍ରମାଣ ଯାଞ୍ଚ କରାଯାଇଥିଲା । ଏହି ପ୍ରମାଣଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମିଳିଛି ।

କୁଏମୋଙ୍କ ବିରୁଦ୍ଧରେ ଏଗୁଡିକ ପ୍ରମାଣ ଭାବରେ ଉପସ୍ଥାପିତ ହେବ । ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି ଯେ ରାଜ୍ୟପାଳ କୁଏମୋ ସମସ୍ତ ମହିଳାଙ୍କୁ ଯୌନ ଶୋଷଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଯୁବକ ଯୁବତୀ ଥିଲେ । ରାଜ୍ୟପାଳ କୁଏମୋଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ଯାଞ୍ଚ କରୁଥିବା ଟିମର ଅଧିକାରୀମାନେ ୧୬୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସବୁକିଛି ବିସ୍ତୃତ ଭାବରେ ଅଛି ।

Leave A Reply

Your email address will not be published.