ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ହେବ ଟିକାକରଣ । ରାଜ୍ୟର ୧୩୦୨ କେନ୍ଦ୍ରରେ ଟିକାଦାନ କରାଇବାକୁ ନିଷ୍ପତ୍ତି ହୋଇଛି । ଟିକାକରଣ ପାଇଁ ପର୍ଯ୍ୟାପ୍ତ ଟିକା ମହଜୁଦ୍ ରହିଛି ରାଜ୍ୟରେ । କୋଭିସିଲ୍ଡ ୯,୯୨,୦୧୦ ଡୋଜ୍ ଓ କୋଭାକ୍ସିନ୍ର ୩୨,୩୯୦ ଡୋଜ୍ ମହୁଜଦ୍ ଥିବା ଜଣାପଡ଼ିଛି ।
ରବିବାର ରାଜ୍ୟର ମାତ୍ର ୫୨ କେନ୍ଦ୍ରରେ ଟିକା ଦିଆଯାଇଥିଲା । ସବୁଠି ଦିଆଯାଇଥିଲା କୋଭିସିଲ୍ଡ । ୧୮-୪୪ ବହ ବର୍ଗର ୪୧୩୪ ଡୋଜ୍, ୧୮-୪୪ ବର୍ଷ ବର୍ଗର ୨୮ ଜଣ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ଅଧିକ ବର୍ଷର ୯୪୬ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୪୫ ବର୍ଷରୁ ଅଧିକ ବୟସର ୧୬୭୬ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ୬୨ ଜଣ ଗର୍ଭବତୀଙ୍କୁ ମଧ୍ୟ ଟିକା ଦିଆଯାଇଛି ଆଜି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୫୨ ଲକ୍ଷ ୮୨ ହଜାର ୫୨୩ ଡୋଜ୍ ଦିଆ ସରିଛି।