ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍

0

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ସଂକ୍ରମିତ।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୮୨ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୮୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬୯, ବାଲେଶ୍ଵରରୁ ୧୧୪, ବରଗଡ଼ରୁ ୨୪, ଭଦ୍ରକରୁ ୬୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୩, କଟକରୁ ୨୨୧, ଦେଓଗଡ଼ରୁ ୬, ଢେଙ୍କାନାଳରୁ ୮୪, ଗଜପତିରୁ ୩, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୦୭, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୫୯, କେଉଁଝରରୁ ୪୪, ଖୋର୍ଦ୍ଧାରୁ ୪୯୬, କୋରାପୁଟରୁ ୭, ମାଲକାନଗିରିରୁ ୧୨, ମୟୁରଭଞ୍ଜରୁ ୫୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୬୬, ନୂଆପଡାରୁ ୯, ପୁରୀରୁ ୫୯, ରାୟଗଡାରୁ ୨୪, ସମ୍ବଲପୁରରୁ ୩୪, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୫୬, ଷ୍ଟେଟପୁଲରୁ ୧୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୬୫ ହଜାର ୭୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୯ ହଜାର ୧୩ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୪୧ ହଜାର ୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୫୩୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୫୫୧୦୬୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.