ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୨୨୧୫ ଜଣ କରୋନା ପଜିଟିଭ୍

0

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ଏବେ ପୁଣି ବଢିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨୨୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭୨ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୪୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୯ ଲକ୍ଷ ୫୪ ହଜାର ୩୨୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୮୩ ଜଣ, କଟକରୁ ୩୪୮ ଜଣ, ବାଲେଶ୍ବରରୁ ୧୫୦ ଜଣ, ଜଗତସିଂହପୁରରୁ ୧୨୬ ଜଣ, ଯାଜପୁରରୁ ୧୨୪ ଜଣ,ମୟୂରଭଞ୍ଜରୁ ୯୯ ଜଣ, କେନ୍ଦ୍ରାପଡ଼ାରୁ ୯୫ ଜଣ,ଅନୁଗୁଳରୁ ୮୯ ଜଣ, ପୁରୀରୁ ୮୪ ଜଣ, ଭଦ୍ରକରୁ ୭୮ ଜଣ, ନୟାଗଡ଼ରୁ ୬୯ ଜଣ, ଢ଼େଙ୍କାନାଳରୁ ୫୪ ଜଣ,ସୁନ୍ଦରଗଡ଼ରୁ ୪୨ ଜଣ, କେନ୍ଦୁଝରରୁ ୪୨ ଜଣ,ସମ୍ବଲପୁରରୁ ୪୧ ଜଣ, ରାୟଗଡ଼ାରୁ ୨୯ ଜଣ, ମାଲକାନଗିରିରୁ ୨୫ ଜଣ, ବଲାଙ୍ଗୀରରୁ ୧୮ ଜଣ,ଗଜପତିରୁ ୧୭ ଜଣ, ବୌଦ୍ଧରୁ ୧୬ ଜଣ, ବରଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୧୪ ଜଣ ଲେଖାଏଁ,ଗଞ୍ଜାମରୁ ୧୨ ଜଣ,ଝାରସୁଗୁଡ଼ା,କୋରାପୁଟ ଓ ସୋନପୁର ଜିଲ୍ଳାରୁ ୧୦ ଜଣ ଲେଖାଏଁ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ନବରଙ୍ଗପୁରରୁ ୪ ଜଣ, ଦେବଗଡ଼ରୁ ଜଣେ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୫୪ ହଜାର ୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୧ ହଜାର ୨୮୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୨୭ ହଜାର ୯୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୪୯୯୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୫୦୬୬୦୫୦ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.