ଭୁବନେଶ୍ୱର : ଜୁଲାଇ ପରେ ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୪୫୬୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୧୬ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୪୪୨ ଜଣ ଲୋକାଲ୍ କେସ୍ ରହିଛନ୍ତି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୮ଜଣ, ବରଗଡ଼ ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୩୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ଜଣ, ଗଞ୍ଜାମ ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ୩୭ଜଣ, ଯାଜପୁର ଜିଲ୍ଲାରୁ ୭୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୮ଜଣ, କନ୍ଧମାଳ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୨ଜଣ, କେନ୍ଦୁଝର ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭୬ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମାଲକାନଗିରି ଜିଲ୍ଲାରୁ ୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୧୭ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୨୬ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୬ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭ଜଣ, ଷ୍ଟେଟ ପୁଲ୍ରୁ ୧୭ଜଣ ରହିଛନ୍ତି ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୪୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୭୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୦୨୬୩୯୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ତାଜା ଖବର
- Well, my earlier publication made an effort to share with the storyline around brand new expose, about dazzling moment, thirteen
- How-to Stop an extended-length Relationship with a person nonetheless Remain Friends
- Do i need to Get good Fuckbuddy when you look at the 15 minutes?
- See Men and women On the internet and Take pleasure in Dating On the internet Today
- Velkommen Casino
- Most useful Connection Internet From 2022: Most useful Matchmaking Applications Getting Hookups And Matchmaking
- Opinion: as to why advancement inside a creator matters to help you homebuyers
- Chapter-15: “As well as the Moonlight is the merely light”
- What is the Difference between Centered and you can Focused?
- The new KINK-Self-confident Sado maso Community Having FETISH Relationships