ଭୁବନେଶ୍ୱର : ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସଂକ୍ରମଣ ହାର ବା ଟିପିଆର୍ ତଳକୁ ଖସୁଛି । ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହୋଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧିପାଇଛି। କରୋନା ଗ୍ରାଫ୍ ସଂକ୍ରମଣ ସାମନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ତଳ ମୁହାଁ ହେଉଛି କରୋନା ସଂକ୍ରମଣ ଗ୍ରାଫ୍ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୨୧୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୫୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୨୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୯ ଲକ୍ଷ ୫୨ ହଜାର ୧୧୧ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୧୦ ଜଣ, କଟକରୁ ୩୦୮ ଜଣ, ଯାଜପୁରରୁ ୧୭୫ ଜଣ, ବାଲେଶ୍ବରରୁ ୧୬୧ ଜଣ, ପୁରୀରୁ ୯୪ ଜଣ, ମୟୂରଭଞ୍ଜରୁ ୯୨ ଜଣ,ଅନୁଗୁଳରୁ ୮୯ ଜଣ, ଜଗତସିଂହପୁରରୁ ୮୭ ଜଣ,ଭଦ୍ରକରୁ ୭୬ ଜଣ, ନୟାଗଡ଼ରୁ ୭୫ ଜଣ, ଢ଼େଙ୍କାନାଳରୁ ୭୦ ଜଣ,କେନ୍ଦ୍ରାପଡ଼ାରୁ ୫୫ ଜଣ, ସୁନ୍ଦରଗଡ଼ରୁ ୫୪ ଜଣ,କୋରାପୁଟରୁ ୨୮ ଜଣ, ମାଲକାନଗିରିରୁ ୨୫ ଜଣ, ସମ୍ବଲପୁରରୁ ୨୪ ଜଣ, ରାୟଗଡ଼ାରୁ ୨୨ ଜଣ, ନବରଙ୍ଗପୁରରୁ ୧୬ ଜଣ, ବରଗଡ଼ରୁ ୧୫ ଜଣ, କନ୍ଧମାଳରୁ ୧୪ ଜଣ,କଳାହାଣ୍ଡି ଓ ସୋନପୁର ଜିଲ୍ଲାରୁ ୧୩ ଜଣ ଲେଖାଏଁ ,ଝାରସୁଗୁଡ଼ାରୁ ୯ ଜଣ, ବୌଦ୍ଧରୁ ୬ ଜଣ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରୁ ୪ ଜଣ ଲେଖାଏଁ,ଗଞ୍ଜାମରୁ ୩ ଜଣ, ନୂଆପଡ଼ାରୁ ୨ ଜଣ, ଦେବଗଡ଼ରୁ ଜଣେ ଏବଂ ଷ୍ଟେ୍ଟ ପୋଲ୍ରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୫୨ ହଜାର ୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୧ ହଜାର ୫୪୦ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୨୫ ହଜାର ୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୪୯୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୪୯୮୮୫୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି।