ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୩୯୧ କରୋନା ପଜିଟିଭ୍

0

ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ ଦିନେ କମିଲେ ପରଦିନ ପୁଣି ବଢୁଛି । ସଂକ୍ରମଣ ଗ୍ରାଫ୍‌ ସିଧା ତଳମୁହାଁ ହେବା ବଦଳରେ ଉଚ୍ଚା ନୀଚା ହେଉଛି । ଏହି ସଂଖ୍ୟାର ଖେଳ ଖାଲି ଲୋକଙ୍କୁ ନୁହେଁ, ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛି। ଟେଷ୍ଟ ପଜିଟିଭିଟି ରେଟ୍‌ କମିଥିଲେ ମଧ୍ୟ ସଂକ୍ରମଣ କିନ୍ତୁ ୩ରୁ ସାଢେ ୩ ହଜାର ଭିତରେ ରହୁଛି । ଏହି ଟ୍ରେଣ୍ଡ ସପ୍ତାହେ ହେଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୯୬ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୨୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ହଜାର ୭୮୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୫୬୬ ଜଣ, ଖୋର୍ଦ୍ଧରୁ ୪୪୦ ଜଣ, ବାଲେଶ୍ବରରୁ ୩୯୭ ଜଣ,ମୟୂରଭଞ୍ଜରୁ ୧୯୯ ଜଣ, ଯାଜପୁରରୁ ୧୯୪ ଜଣ, ପୁରୀରୁ ୧୭୫ ଜଣ, ଭଦ୍ରକରୁ ୧୬୩ ଜଣ, କେନ୍ଦ୍ରାପଡ଼ାରୁ ୧୩୪ ଜଣ, ଜଗତସିଂହପୁରରୁ ୧୩୦ ଜଣ, ଅନୁଗୁଳରୁ ୧୧୬ ଜଣ, ନୟାଗଡ଼ରୁ ୧୧୧ ଜଣ,ମାଲକାନଗିରିରୁ ୭୧ ଜଣ, ଢ଼େଙ୍କାନାଳରୁ ୬୯ ଜଣ,କେନ୍ଦୁଝରୁ ୬୫ ଜଣ, କୋରାପୁଟରୁ ୫୯ ଜଣ, ବରଗଡ଼ରୁ ୪୭ ଜଣ,ରାୟଗଡ଼ାରୁ ୪୩ ଜଣ, ନବରଙ୍ଗପୁରରୁ ୩୯ ଜଣ, ସୁନ୍ଦରଗଡ଼ରୁ ୩୬ ଜଣ, କଳାହାଣ୍ଡିରୁ ୩୧ ଜଣ, ସମ୍ବଲପୁରରୁ ୨୯ ଜଣ, କନ୍ଧମାଳରୁ ୨୩ ଜଣ, ଗଞ୍ଜାମରୁ ୧୮ ଜଣ,ସୋନପୁରରୁ ୧୭ ଜଣ, ବୌଦ୍ଧରୁ ୧୬ ଜଣ, ଗଜପତିର ୧୨ ଜଣ,ଝାରସୁଗୁଡ଼ାରୁ ୧୧ ଜଣ, ବଲାଙ୍ଗୀରରୁ ୧୦ ଜଣ, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍‌ରୁ ୯୦ ଜଣ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୩ହଜାର ୭୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୨ ହଜାର ୪୦୪ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଲକ୍ଷ ୬୭ ହଜାର୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୩୯୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୩୬୨୦୫୨୬ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.