ରାଜ୍ୟରେ ଆଜି ୪୧୫୯ ଆକ୍ରାନ୍ତ ସୁସ୍ଥ

0

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୪୧୫୯ ଜଣ ଆକାନ୍ତ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧକ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୮ ହଜାର ୯୬୦ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୬୪, ଯାଜପୁରରୁ ୩୦୮, ପୁରୀରୁ ୨୫୧, ଅନୁଗୁଳରୁ ୧୬୮, ଭଦ୍ରକରୁ ୧୬୫, ମୟୂରଭଂଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡ଼ରୁ ୧୨୫ ଓ ସୁନ୍ଦରଗଡ଼ରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କଳହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଂଗପୁରରୁ ୮୧, ବରଗଡ଼ରୁ ୮୦, କେନ୍ଦ୍ରାପଡ଼ାରୁ ୭୨, କୋରାପୁଟରୁ ୭୦, ମାଲକାନଗିରିରୁ ୬୪, ବୌଦ୍ଧ ଏବଂ ସୁବର୍ଣ୍ଣପୁରରୁ ୫୯ ଜଣ ଲେଖାଏଁ, ରାୟଗଡ଼ଶରୁ ୫୫ ଓ ବଲାଙ୍ଗୀରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୫୩, କନ୍ଧମାଳରୁ ୪୮, ଗଜପତିରୁ ୪୩, କେନ୍ଦୁଝରରୁ ୪୦, ସମ୍ବଲପୁରରୁ ୩୫, ଗଂଜାମରୁ ୨୮, ନୂଆପଡ଼ାରୁ ୨୧, ଦେବଗଡ଼ରୁ ୨୦, ଝାରସୁଗୁଡ଼ାରୁ ୧୦ ଓ ରାଜ୍ୟପୁଲରୁ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.