ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୮୩୫ ଆକ୍ରାନ୍ତ

0

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୮୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣ ଅଛନ୍ତି।ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୭୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୨୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫-, ଯାଜପୁରରୁ ୩୪, ଜଗତସିଂହପୁରରୁ ୩୫, କେନ୍ଦ୍ରାପଡ଼ାରୁ ୨୮, ମୟୂରଭଂଜରୁ ୨୬, ନୟାଗଡ଼ରୁ ୨୨, ପୁରୀରୁ ୨୦, ଅନୁଗୁଳ, ସମ୍ବଲପୁରରୁ ୧୮-୧୮ ଓ କେନ୍ଦୁଝରରୁ ୧୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡ଼ରୁ ୧୨, ବରଗଡ଼, ଭଦ୍ରକରୁ ୯-୯, ସୁନ୍ଦରଗଡ଼ରୁ ୭, ଢେଙ୍କାନାଳରୁ ୬, ଗଂଜାମରୁ ୪, କୋରାପୁଟ-ରାୟଗଡ଼ାରୁ ୩-୩, ମାଲକାନଗିରିରୁ ୨, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.