ରାଜ୍ୟରେ କୋଭିଡ୍ ସ୍ଥିତିରେ ଉନ୍ନତି ଘଟୁଛି

0

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସ୍ଥିତିରେ ଲଗାତର ଉନ୍ନତି ଘଟୁଛି । ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆକ୍ଟିଭ କେସ୍ କମି ୧୨ ହଜାର ତଳେ ରହିଛି । ହସ୍ପିଟାଲରେ ଆଡ଼ମିଶନ ହେଉଥିବା ଲୋକଙ୍କ ସଂଖ୍ୟା ବି କମିଚାଲିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ବି ସଂକ୍ରମଣ ସ୍ଥିର ରହିଛି । ବ୍ୟସ୍ତ ହେଲାଭଳି ପରିସ୍ଥିତି ନାହିଁ । ଏଠାରେ ବି ହସ୍ପିଟାଲ ଆଡ଼ମିଶନ ସଂଖ୍ୟା କମିଛି । ଖୋର୍ଦ୍ଧାରେ ଅଧିକ ଡାକ୍ତରଖାନା ଥିବାରୁ କେସ ଫଟାଲିଟି ରେଟ୍ ଅଧିକ ରହୁଛି । ଏହା ସ୍ବାଭାବିକ  ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍ ଅଛି । ସେଥିରୁ ୭୧୪ ବିଏମସିରୁ ଆସିଛି । ଗତ ମାସରେ ଯାହା ବିଏମସି ଏରିଆରେ ବଢ଼ିଛି । ପ୍ରତିଦିନ ୩୦ରୁ ୪୦ ଡେଙ୍ଗୁ କେସ୍ ଆସୁଛି । ଏହାଠୁ ଉପରକୁ ଯାଉନି । ଡେଙ୍ଗୁ ଭାଇରସ୍ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା । ଘରୋଇ ହସ୍ପିଟାଲ ଏଲିସା ପଦ୍ଧତିରେ ଟେଷ୍ଟ କରୁନାହାନ୍ତି । ସେମାନେ କାର୍ଡ ଟେଷ୍ଟ କରୁଛନ୍ତି । ତେଣୁ ଫଲସ ପଜିଟିଭ ବହୁତ ଅଧିକ ଆସୁଛି ।  କିନ୍ତୁ ସେମାନେ ନମୁନା କ୍ୟାପିଟାଲ ହସ୍ପିଟାଲ କିମ୍ବା RMRCକୁ ପଠାଇ ପାରିବେ । ସମସ୍ତ ସହରାଞ୍ଚଳ PHC, CHCରେ ଡେଙ୍ଗୁ ଟେଷ୍ଟ ବ୍ୟବସ୍ଥା ହୋଇଛି ।

ଖାଲି ସଂକ୍ରମଣକୁ ଦେଖି ସବୁ ବନ୍ଦ କରିଦେବା କହିଲେ ହେବନି । ବର୍ତ୍ତମାନ ଟ୍ରାଏଲ ବେସିସରେ ଦେଖିବାକୁ ପଡ଼ିବ । କୋଭିଡ ଅନୁରୂପ ନିୟମ ପାଳନ କରି ଯଦି ସ୍କୁଲ ଚଳାଇ ପାରିବା ନିଶ୍ଚିତ ଭଲ ।

ଅନ୍ୟ ଦେଶରେ ଓ କେରଳରେ ସଂକ୍ରମଣ ବଢ଼ିଛି । କିନ୍ତୁ ଆମର କଣ ସ୍ଥିତି ହେବ, ଏବେଠୁ ଆତଙ୍କିତ ହେବାର ନାହିଁ । ଆମେ ପ୍ରସ୍ତୁତ ଅଛୁ, ଆମର ବ୍ୟବସ୍ଥା ଅଛି । ଆଗାମୀ ୬ ମାସକୁ ନଜରରେ ରଖି ବ୍ୟବସ୍ଥାକୁ ଆକ୍ଟିଭେଟ କରି ରଖିବା ।  ଯଦି ୬ ମାସ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିବ, ତାହେଲେ ଆତଙ୍କିତ ହେବା ଭଳି କିଛି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.