ରାଜ୍ୟରେ ଖୋଲିବ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ

0

ଭୁବନେଶ୍ୱର, : ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପାଠପଢା ନେଇ ବଡ ନିଷ୍ପତ୍ତି ନେଇଥିଲେ। ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିଥିଲା ଗଣଶିକ୍ଷା ବିଭାଗ । ଏଥି ସହିତ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ ବୋଲି ମଧ୍ୟ ଗଣଶିକ୍ଷା ବିଭାଗ କହିଥିଲା ।

କିନ୍ତୁ ଏବେର କରୋନା ସ୍ଥିତିକୁ ବିଚାର କରି ରାଜ୍ୟ ଶିଶୁ ଆୟୋଗ ସ୍କୁଲ୍‌ ଖୋଲିବାକୁ ସୁପାରିଶ କରିଛନ୍ତି । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ବିଭାଗକୁ ଆୟୋଗ ସୁପାରିଶ କରିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.