ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୩ ଆକ୍ରାନ୍ତ
ଭୁବନେଶ୍ଵର : ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସହ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ ଅତିକ୍ରମ କରି ସାରିଛି। ଆଶ୍ଵସ୍ତିକର ବିଷୟ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୦୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
Another 403 Covid patients have recovered and are being discharged on 10.04.2021
73 from Khordha
57 from Kalahandi
34 from Bargarh
32 from Nuapada
31 from Sundargarh
27 from Anugul
26 from Cuttack
17 from Jharsuguda
14 from Sambalpur
12 from Keonjhar
9 from Puri
8 from Jajapur— H & FW Dept Odisha (@HFWOdisha) April 10, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କଳାହାଣ୍ଡି ୫୭ ସୁସ୍ଥଙ୍କ ସହ ଦ୍ଵିତୀୟରେ ରହିଛି। ସେହି ପରି ବରଗଡ ଜିଲ୍ଲାରୁ ୩୪, ନୂଆପଡାରୁ ୩୨, ସୁନ୍ଦରଗଡରୁ ୩୧, ଅନୁଗୋଳରୁ ୨୭, କଟକରୁ ୨୬, ଝାରସୁଗୁଡାରୁ ୧୭, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୨, ପୁରୀରୁ ୯, ଯାଜପୁରରୁ ୮, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ଵରରୁ ୫, ଢେଙ୍କାନାଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୪, ରାୟଗଡାରୁ ୪, ସୋନପୁରରୁ ୩, ବଲାଙ୍ଗୀରରୁ ୨, କେନ୍ଦ୍ରାପଡାରୁ ୨, ନୟାଗଡରୁ ୧ ଜଣେ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।
Another 403 Covid patients have recovered and are being discharged on 10.04.2021
73 from Khordha
57 from Kalahandi
34 from Bargarh
32 from Nuapada
31 from Sundargarh
27 from Anugul
26 from Cuttack
17 from Jharsuguda
14 from Sambalpur
12 from Keonjhar
9 from Puri
8 from Jajapur— H & FW Dept Odisha (@HFWOdisha) April 10, 2021
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୧୮୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୧୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୬୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୧୮୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୧୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୬୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।