ରାଜ୍ୟରେ ସୁସ୍ଥ ହେଲେ ଆଉ ୫୨୩ କରୋନା ଆକ୍ରାନ୍ତ

0

ଭୁବନେଶ୍ଵର : ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସହ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ ଅତିକ୍ରମ କରି ସାରିଛି। ଆଶ୍ଵସ୍ତିକର ବିଷୟ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୭୮୪  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୧ ହଜାର ୧୨୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମଙ୍ଗଳବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ନୂଆପଡାରୁ ୭୪, କଳାହାଣ୍ଡି ୫୧, ଝାରସୁଗୁଡା ୪୮, ଖୋର୍ଦ୍ଧା ୩୬, ଗଞ୍ଜାମ ୨୯, ସମ୍ବଲପୁର ୨୭, କଟକ ୨୨, ବଲାଙ୍ଗିର ଓ କେନ୍ଦୁଝର ୧୮, ବାଲେଶ୍ବର ୧୫, ମୟୂରଭଞ୍ଜ ଓ ପୁରୀ ୧୪, ଯାଜପୁର ୧୩, କୋରାପୁଟ ୭, ବରଗଡ, ଭଦ୍ରକ, ଜଗତସିଂପୁର, ନବରଙ୍ଗପୁର, ରାୟଗଡାରୁ ୫ ଜଣ ଲେଖାଏଁ, କନ୍ଧମାଳ ୪, ଅନୁଗୁଳ, ଗଜପତି ୩, ଢେଙ୍କାନାଳ, କେନ୍ଦ୍ରାପଡା ଓ ସୋନପୁରରୁ ୨ ଜଣ, ଦେବଗଡ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଷ୍ଟେଟ୍‌ ପୋଲ୍‌ରୁ ୯ ଜଣ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୧୭୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୩୦୮୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୩୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୪୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave A Reply

Your email address will not be published.