ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧ୍ୟାପିକା କରୋନା ପଜିଟିଭ

0

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଜେଣ୍ଡର୍‌ ଷ୍ଟଡିଜ୍‌ ବିଭାଗର ଅଧ୍ୟାପିକା ତଥା କ୍ରୀଡ଼ା ପରିଷଦର ଦାୟିତ୍ୱରେ ଥିବା ଅଧିକାରୀ ଅଧ୍ୟାପିକାଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନିକ ବିଲ୍ଡିଂକୁ ସାନିଟାଇଜ୍‌ କରିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ହେବାକୁ ଥିବା ମୂଲ୍ୟାୟନକୁ ବାତିଲ କରିଛନ୍ତି ।

ସେହିପରି ସଂସ୍ପର୍ଶରେ ଆସିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କର ଆଜି ଦିନ ୧୦ଟାରୁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ରେ କରୋନା ଟେଷ୍ଟ୍‌ ଆରମ୍ଭ ହେବ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷା ବିଜ୍ଞପ୍ତି ଜାରି କରିଛନ୍ତି । ଅପରପକ୍ଷେ ଅଧ୍ୟାପିକାଜଣକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପୂର୍ବରୁ ୪୮ଟି ମହିଳା କଲେଜର ପ୍ରତିନିଧିଙ୍କର ଏକ ବୈଠକ ଆୟୋଜନ କରିଥିଲେ । ସେଥିରେ କଲେଜଗୁଡିକର କ୍ରୀଡ଼ା ଦାୟିତ୍ୱରେ ଥିବା ଅଧିକାରୀଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.