ରସିକିଆ ଅଧ୍ୟାପକଙ୍କୁ ଜେଲ୍

0

ବାଲେଶ୍ଵର : ଟ୍ୟୁସନ ନାମରେ କାମୁକ ଅଧ୍ୟାପକଙ୍କ ପାପ କାମ। ଭିଡିଓ ଭାଇରାଲ୍ ହେବା ପରେ ଶେଷରେ ପୋଲିସ ପଞ୍ଝାରେ ପଡିଲେ। କେବଳ ଏତିକି ନୁହେଁ କଲେଜ୍‌ରୁ ମଧ୍ୟ ତଡା ଖାଇଲେ। ଏବେ ରସିକିଆ ଅଧ୍ୟାପକଙ୍କୁ ଜେଲ୍ ଯିବାକୁ ପଡିଛି। ଏହି ଘଟଣା ଆସିଛି ବାଲେଶ୍ଵର ଜିଲ୍ଲାରୁ।

 

ଛାତ୍ରୀଙ୍କୁ ଟ୍ୟୁସନ ପାଇଁ ଘରକୁ ଡାକି ଅସଦାଚରଣ କରିଥିଲେ ଅଧ୍ୟାପକ । ଆଉ ତାହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ନିଜ ଘରେ ଅସଦାଚରଣ କରିଛନ୍ତି। ଛାତ୍ରୀଜଣଙ୍କ ବାଲେଶ୍ଵର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରିଛି ।

 

ଏହି ଘଟଣା ଗତ ଏପ୍ରିଲ ମାସରେ ଘଟିଥିଲା । କଲେଜ୍ କର୍ତ୍ତୃପକ୍ଷଙ୍କ କାନକୁ କଥା ଯିବା ପରେ ଅଧ୍ୟାପକକୁ କଲେଜରୁ ବାହାର କରି ଦିଆଯାଇଥିଲା । ହେଲେ ଭିଡିଓ ଭାଇରାଲ ହେବା ପରେ ହିଁ ମାମଲା ଥାନାକୁ ଆସିଲା। ଛାତ୍ରୀଙ୍କ ବୟସ ଅଠର ବର୍ଷ ହୋଇ ନଥିବାରୁ ପସ୍କୋ ଆକ୍ଟରେ ମାମଲା ହୋଇଛି । ତେବେ ସେହି କଲେଜର ଅନ୍ୟ ଛାତ୍ରୀମାନେ ମଧ୍ୟ ସମାନ ଅଭିଯୋଗ କରୁଛି । ପ୍ରାକ୍ଟିକାଲ ମାର୍କ ଓ ପରୀକ୍ଷାରେ ସାହାଯ୍ୟ କରିବା ବାହାନା କରି ଏମିତି ଫାଇଦା ଉଠାଉଥିଲେ ଅଧ୍ୟାପକ ।

Leave A Reply

Your email address will not be published.