ରାସ୍ତା କଡରେ ପଡିଛି ମୃତଦେହ

0

ଚାନ୍ଦବାଲି, : ଭଦ୍ରକ ଜିଲ୍ଲା  ଚାନ୍ଦବାଲି ଥାନା ଅଧିନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ରାସ୍ତା ତଳେ କାଦୁଅରେ ପଡିଥିବା ଦେଖିବାକୁ ମିଳିଥିଲା ।

ଯୁବକଙ୍କ ମୃତ୍ୟୁ ସନ୍ଦେହଘେରରେ ରହିଛିl  ସେ କିପରି ପ୍ରାଣ ହରାଇଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ବାଇକ ରାସ୍ତା ତଳକୁ ପଡ଼ିଥିବା ଦେଖିବାକୁ ମିଳିଛି । l ଘଟଣା ସ୍ଥଳରେ ଦୁର୍ଘଟଣାର ଚିହ୍ନ ନ ଥିବାରୁ ସ୍ଥାନୀୟ ଲୋକେ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି l

ଖବର ପାଇ ମତୋ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l ମୃତକ ଜଣକ ମତୋ ପରମାନ୍ଧପୁର ଗାଁର ଗୋଲେଖ ଦାସଙ୍କ ପୁଅ ବସନ୍ତ ଦାସ ବୋଲି ସୂଚନା ମିଳିଛି l

Leave A Reply

Your email address will not be published.