ରାସ୍ତା କଡରୁ ୨ ନବ ଜାତକଙ୍କ ମୃତଦେହ ଉଦ୍ଧାର

0

ଅନୁଗୋଳ : ବଅଁରପାଳ ମହୀଧରପୁର ଉପରସାହି ରାସ୍ତାକଡରେ ୨ଟି ନବ ଜାତକ ଶିଶୁଙ୍କ ମୃତଦେହ ଠାବ ହୋଇଛି। ନିକଟରେ କୌଣସି ସ୍ଵାସ୍ଥ୍ୟକେନ୍ଦ୍ର ନଥିବାରୁ କେହି ଫୋପାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ୨ଟି ମୃତଦେହ ଜବତ ହେବାପରେ ବଅଁରପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଆଜି ସକାଳ ସମୟରେ କିଛି ଲୋକ ମହୀଧରପୁର ଉପରସାହି ରାସ୍ତା ଦେଇ ଯାଉଥିବା ବେଳେ ୨ ନବଜାତ ଶିଶୁଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ଏନେଇ ବନରପାଳ ପୋଲିସକୁ ଖବର ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ମୃତଦେହ ପଡିଥିବା ସ୍ଥାନ ନିକଟରେ କୌଣସି ମେଡିକାଲ କି ନର୍ସିଂ ହୋମ ନାହିଁ । ତେବେ ଏଠାରେ କିଏ ଆଣି ନବଜାତ ଶିଶୁଙ୍କ ମୃତଦେହ ଫିଙ୍ଗିଛି ସେନେଇ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.