ରାସ୍ତା କଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

0

କୋଣାର୍କ : ରାସ୍ତା କଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ଯୁବକଙ୍କ ନାମ ଆଦିତ୍ୟ ନାରାୟଣ ପଣ୍ଡା ବୋଲି ଜଣାପଡିଛି , ଏବଂ ତାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥି । କୋଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ ରାସ୍ତା କଇଁଛ ଘର ନିକଟରୁ ଝୁଲନ୍ତା ମୃତଦେହ ଠାବ ହୋଇଛି ।

ସୂଚନା ମୁତାବକ ମୃତ ଯୁବକଙ୍କ ନାଁ ଆଦିତ୍ୟ ନାରାୟଣ ପଣ୍ଡା, ଏବଂ ତାଙ୍କୁ ବୟସ ୩୦ ବର୍ଷ।ସେ ପିପିଲି ଅଞ୍ଚଳର ଦୁର୍ଗାଦାସପୁରର ବାସିନ୍ଦା ଅଟନ୍ତି। ଗତ ଦୁଇ ଦିନ ତଳେ ଘରୁ ବରୁଣେଇ ପାହାଡ଼ରେ ଭୋଜି କରିବା ନାଁ ରେ ଘରୁ ବାହାରି ଆସିଥିଲେ ଆଦିଦ୍ୟ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଆଦିତ୍ୟ ନିଖୋଜ ଥିବା ନେଇ ପିପିଲି ଥାନାରେ ଏକ ଏତଲା ଦେଇଥିଲେ। ପରିବାର ଲୋକଙ୍କ ଏତଲା ଗ୍ରହଣ କରି ପିପିଲି ପୋଲିସ ଉକ୍ତ ଯୁବକଙ୍କ ମୋବାଇଲକୁ ଟ୍ରାକ କରିଥିଲା ।

କୋଣାର୍କ ପୋଲିସ ସହାୟତାରେ ମଧ୍ୟ ନେଇଥିଲା ପିପିଲି ପୋଲିସ ।  ସେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ନିକଟରେ ଥିବା କଇଁଛ ସୁରକ୍ଷା ଘର ପାର୍ଶ୍ଵରେ ଝୁଲନ୍ତା ଅବସ୍ଥାରେ ଥିବା ଖବର ମିଳିଥିଲା । ଘଟଣାସ୍ଥଳରେ ଆଦିତ୍ୟ ଝୁଲନ୍ତା ଅଵସ୍ଥାରେ ଥିବା ବେଳେ ତାଙ୍କ ପାଖରେ ଏକ କଳା ରଙ୍ଗର ବାଇକ ଏବଂ ଏକ ପାଣି ବୋତଲ ପଡିଥିବା ଦେଖିବାକୁ ମିଳିଛି। ତେବେ ଆଦିତ୍ୟ ପିପିଲିର ବାସିନ୍ଦା ହୋଇଥିବା ବେଳେ ଏତେ ଦୂର ଆସିଲେ କିପରି ? ସେ ଆତ୍ମହତ୍ୟା କରିଛନ୍ତି , ନା ଆଉ କିଛି ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

Leave A Reply

Your email address will not be published.