ରାସ୍ତା ନିକଟରୁ ନବଜାତକର କଟାମୁଣ୍ଡ ଜବତ

0

ନୂଆପଡ଼ା : ଆଜି ସକାଳୁ ସ୍ଥାନୀୟ ମନ୍ଦିରପଡା ର ପତୋରା ରାସ୍ତା ନିକଟରେ ଏକ ନବ ଜାତକର ସଜ କଟା ମୁଣ୍ଡ ଦେଖିବାକୁ ମିଳିଥିଲା । ଏହି ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କଟା ମୁଣ୍ଡକୁ ଜବତ କରିଛି ।

 

ତେବେ କିଭଳି ପରିସ୍ଥିତିରେ ଏହି ସଜ କଟା ମୁଣ୍ଡ ସହର ଭିତର ଜନ ଗହଳି ସ୍ଥାନକୁ ଆସିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । କୌଣସି ଏକ ଯୁବତୀ ଅନୈତିକ ସମ୍ପର୍କ ରଖି ଛୁଆ ଜନ୍ମ କଲା ପରେ ଫିଙ୍ଗି ଦେଇଥିବ ଓ ତାର ଦେହକୁ କୁକୁର ଖାଇ ଯାଇ ମୁଣ୍ଡକୁ ଟାଣି ଆଣିଥିବା ଲୋକେ ଅନୁମାନ କରୁଛନ୍ତି । ଅନ୍ୟ ପକ୍ଷେ କୌଣସି ବ୍ୟକ୍ତି ଗୁଣି ଗାରେଡିକୁ ନେଇ ନବ ଜାତକ ଶିଶୁକୁ ବଳି ଦେଇ ଫିଙ୍ଗି ଦେଇଥିଲେ ଓ ତାକୁ କୁକୁର ଟାଣି ଆଣିଥିବା ମଧ୍ୟ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସି ପାରିବ । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.