ରାସ୍ତାକଡ଼ରେ ଓଲଟି ପଡ଼ିଲା ଚିପ୍‌ସ ବୋଝେଇ ଟ୍ରକ୍

0

ଚଣ୍ଡିଖୋଲ, : ଯାଜପୁର ଜିଲ୍ଲା ଜାରକା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜଗନ୍ନାଥ କ୍ଲଥଷ୍ଟୋର ସମ୍ମୁଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚିପ୍‌ସ ବୋଝେଇ ହାଇଓ୍ବା ରାସ୍ତା କଡ଼ ଡ୍ରେନରେ ପଶିଯାଇ ଓଲଟି ପଡିବା ଫଳରେ ଜଣେ ଯୁବକ ତା ତଳେ ଚାପିହୋଇ ରହିଥିବା ଜଣାପଡ଼ିଛି ।ଧର୍ମଶାଳା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ୨ଟି ହିଟାଚି ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଯୁବକ ଜଣକ ଜୀବିତ ଅଛନ୍ତି । ତାଙ୍କ ନାମ ସନ୍ତୋଷ କୁମାର ଓଝା ହୋଇଥିବା ବେଳେ ତାଙ୍କ ଘର ଥାନୁଆଳ ବୋଲି ଜଣାପଡିଛି । ତେବେ ଟ୍ରକ ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.